Rahul କେମିତି ଥିଲା ବୋର୍ ୱେଲ୍ ଭିତରେ ଆଉ ତା ସାଙ୍ଗରେ କିଏ ଥିଲା ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

 



ସମସ୍ତଙ୍କ ପ୍ରାର୍ଥନା ଓ ୧୦୫ ଘଣ୍ଟାର ପରିଶ୍ରମ ହେଲା ସଫଳ । କଠିନ ପରିଶ୍ରମ ପରେ ଉଦ୍ଧାର ହୋଇଛି ରାହୁଲ ସାହୁ । ହେଲେ ରାହୁଲକୁ ଗାତ ଭିତରେ ଜଗି ରହିଥିଲେ ସାପ ଆଉ ବେଙ୍ଗ । ରାହୁଲକୁ ଦେଉଥିଲେ ଅଦ୍ୟମ ଶକ୍ତି । ୫ ଦିନ ଆଉ ୧୦୫ ଘଣ୍ଟା ଧରି ଗାତ ଭିତରେ ରାହୁଲକୁ ଜଗି ରହିଥିଲେ ଗୋଟିଏ ସାପ ଆଉ ବେଙ୍ଗ । ସେମାନେ ରାହୁଲକୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇ ନାହାନ୍ତି ବରଂ ସୁରକ୍ଷା କବଚ ହୋଇ ସେ ଜଗି ରହିଥିଲେ ରାହୁଲକୁ । ଅକ୍ଲାନ୍ତ ଉଦ୍ୟମ ପରେ ଶେଷରେ ଉଦ୍ଧାର ହୋଇଛି ୧୧ ବର୍ଷର ବାଳକ ରାହୁଲ ।

ଗତକାଲି ରାତି ୧୨ଟା ସମୟରେ ତାକୁ ଉଦ୍ଧାର କରିବା ସହିତ ବିଲାସପୁର ସ୍ଥିତ ଆପୋଲୋ ହସ୍ପିଟାଲରେ ଏବେ ଭର୍ତ୍ତି କରାଯାଇଛି । ରାହୁଲର ଚିକିତ୍ସା ଜାରି ଥିବା ବେଳେ ସେ ସୁସ୍ଥ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ପ୍ରାୟ ୩୦୦ ଲୋକଙ୍କର ରେସ୍କ୍ୟୁ ଟିମ୍ ୮୦ ଫୁଟ ତଳେ ଥିବା ରାହୁଲକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ରାହୁଲ ଉଦ୍ଧାର ହେବା ମାତ୍ରେ ଗ୍ରୀନ କରିଡ଼ର ସହିତ ଆମ୍ବୁଲାନ୍ସରେ ବିଳାସପୁର ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ।

Comments